spot_img

ନିର୍ମାଣଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଠିକାଦାରଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ଗାଁସ୍ଥିତ ନାଗୀ ନାତେର ନିର୍ମାଣଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି କ୍ୱାଲିଟି କଣ୍ଟ୍ରୋଲର ଟିମ୍ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡିଥିବା ଛାତର ସିମେଣ୍ଟ, ବାଲି ଗୋଡ଼ିର ନମୁନା ସଂଗ୍ରହ କରି ସାରିଛନ୍ତି  ଠିକାଦାର ଆଶିଷ କୁମାର ବିଶ୍ୱାଳ ଦୁଇ ଯନ୍ତ୍ରୀ ଆସିତ ପାତ୍ର ଏବଂ ନିରଞ୍ଜନ ସାହୁଙ୍କ ବିରୋଧରେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି

ଠିକାଦାର ଆଶିଷ କୁମାର ବିଶ୍ୱାଳ ପୁରୀର ବାସିନ୍ଦା ଅଟନ୍ତି ତାଙ୍କ ନାମରେ ଏତଲା ପରେ ସୋମବାର ଦିନ ସନ୍ଧ୍ୟାରେ ନବରଙ୍ଗପୁର ପୋଲିସ ପୁରୀରେ ପହଞ୍ଚି ତାଙ୍କୁ ଘରୁ ଉଠାଇ ନେଇଥିବା ଜଣାପଡ଼ିଛି କିନ୍ତୁ ପୋଲିସ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ପୁରୀ ଏସ୍ପି କେ. ବିଶାଲ ସିଂଙ୍କୁ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ ନବରଙ୍ଗପୁର ଏସ୍ପି ଫୋନ୍କରିଥିଲେ ସେଠାକାର ପୋଲିସ ଟିମ୍ପୁରୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

ପ୍ରାଥମିକ ତଦନ୍ତ ଅନୁସାରେ, ବିଜୁ ସେତୁର ଦ୍ୱିତୀୟ ଛାତକୁ ପ୍ରଥମ ଦିନରେ ଏକ ଫୁଟ ପର୍ଯ୍ୟନ୍ତ ଢଳେଇ କରାଯାଇଥିଲା। ଦ୍ୱିତୀୟ ଦିନରେ ଆଉ ଫୁଟ ଢଳେଇ ପଡ଼ିଥିଲା ସେଣ୍ଟ୍ରିଂ ପାଇଁ ବ୍ୟବହୃତ ଲୁହାପାଇପ୍ନିମ୍ନମାନର ଥିବାରୁ ସ୍ଲାବ୍କୁ ଏହା ସମ୍ଭାଳି ପାରି ନଥିଲା ନମୁନା ସଂଗ୍ରହ ପରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ଏତଲାକୁ ଭିତ୍ତିକରି ଉମରକୋଟ ଥାନାରେ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଉମରକୋଟ ଏସ୍ଡିପିଓ ହେମନ୍ତ ପାଢ଼ୀ ସୂଚନା ଦେଇଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular