ରାଇରଙ୍ଗପୁର : ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ ହୋଇଛି । ଏହାସହିତ ମଦ ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଚଢାଉରେ ପ୍ରାୟ ୧୯୦୦କି.ଗ୍ରା. ମହୁଲ ପୋଚ ନଷ୍ଟ କରିବା ସହିତ ୩୫ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଅବକାରୀ ବିଭାଗ ।
ବିଶେଷ ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନାର ଅସନବଣି, ପିଠାକୁଟୁଣୀ, ଓ ଲୁସାଡ଼ିହି ଆଦି ଅନେକ ଅଞ୍ଚଳରେ ଅତର୍କିତ ଭାବେ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଏପିରିକି ମଦ ତିଆରିରେ ବ୍ୟବହୃତ ବହୁ ପରିମାଣର ସରଞ୍ଜାମ ମଧ୍ୟ ନଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0