ବାଲେଶ୍ୱର: ପୁଣି କଙ୍ଗାରୁ କୋର୍ଟର ଭୟ । ଚୋରି ଅଭିଯୋଗରେ ଯୁବକକୁ ବିଜୁଳି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଖଗଡାପାଳ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗତକାଲି ଭୋର ୪ଟାରେ ସ୍ଥାନୀୟ ଲୋକ ଜଣେ ଅନ୍ୟ ଜଣଙ୍କ ଘରୁ ପାଣି ଉଠା ମଟର ଚୋରି କରୁଥିଲା । ଚୋରି କରୁଥିବା ଲୋକ ଜଣକ ସ୍ଥାନୀୟ ଅଞ୍ଚଳର ରାଜ କୁମାର ବୋଲି ଜଣା ପଡିଛି । ଏହି ଘଟଣା ଜଣା ପଡିବା ପରେ ଚୋରକୁ ଗାଁ ଲୋକେ ବିଜୁଳି ଖୁଣ୍ଟରେ ବାନ୍ଧି ବାଡେଇଛନ୍ତି । ନିଶା ସେବନ ପାଇଁ ଯୁବକମାନେ ଏପରି ଚୋରୀ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ତେବେ ଆଇନ ହାତକୁ ନନେଇ ପୁଲିସର ସହାୟତା ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0