spot_img

ଝଟକୁଛି ଗୁଣ୍ଡିଚାଘାଗି…

 

ଘଟଗାଁ – ପ୍ରକୃତି ତା କୋଳରେ ଖଞ୍ଜି ରଖିଛି ଗଛ ,ଲତା ,ବନ ,ପାହାଡ଼ ,ନଦୀ ,ନାଳସହ ଅନେକ କିଛି  |ପ୍ରାକୃତିକ ମନୋରମ ପରିବେଶର ଅପରୂପ ସୌନ୍ଦର୍ଯ୍ୟ ମନପ୍ରାଣକୁ ପୁଲକିତ କରିବା ସହ ବେଶ ଆନନ୍ଦ ପ୍ରଦାନ କରିଥାଏ | ଶିଶିର ଭିଜା ଶୀତ ଭିତରେ ହସି ଉଠୁଛି ଧରଣୀ ରାଣୀ | ପ୍ରକୃତି ସତେ ଯେମିତି ସୁନ୍ଦରତାରେ ସଜେଇ ରଖିଛି କେନ୍ଦୁଝରକୁ | କେନ୍ଦୁଝର ଜିଲ୍ଲାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଘଟଗାଁ ବ୍ଲକ ବଣଚକୁଳିଆସ୍ଥିତ ଗୁଣ୍ଡିଚାଘାଗି ଅନ୍ୟତମ |ଟୋପା ଟୋପା କାକର ଓ ସିକ୍ତ କୁହୁଡିର ଚାଦର ତଳେ ଫୁଲେଇ ହେଉଛି ଗୁଣ୍ଡିଚାଘାଗି |ସବୁଜ ସୁନ୍ଦର ଜଙ୍ଗଲ ସହିତ ଚମତ୍କାର ପ୍ରାକୃତିକ ପରିବେଶ ମଧ୍ୟରେ ଗୁଣ୍ଡିଚାଘାଗି ଜଳପ୍ରପାତ ଅବସ୍ଥିତ | ମୁସଳ ନଦୀରେ ଏହି ଜଳପ୍ରପାତର ଏକ ସ୍ରୋତ ନଦୀ ପୃଷ୍ଠରୁ ପ୍ରାୟ ୫୦ ଫୁଟ ଦୂରରେ ପଡୁଥିବାରୁ ଗର୍ଜନ ଶବ୍ଦ ସହିତ ଏହି ଅଞ୍ଚଳ ଧୂଆଁମୟ ଏବଂ ଆକର୍ଷଣୀୟ ହୋଇଥାଏ | ଜଳପ୍ରପାତ ଏକ ରୂପା ଫୁଲ ପରି ଦେଖାଯାଏ | ଏହି ଦର୍ଶନୀୟ ସ୍ଥାନ ପ୍ରକୃତରେ ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ୱର୍ଗ ଅଟେ ଯାହା ପରିଦର୍ଶକମାନଙ୍କୁ ଅବିସ୍ମରଣୀୟ ସ୍ମୃତି ପ୍ରଦାନ କରିବ |

କିପରି ପହଞ୍ଚିବେ :-
ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଏହାର ଦୂରତା ୧୮୦ କି.ମି | ଭୁବନେଶ୍ୱର ରୁ ୫ ନଂ ଜାତୀୟ ରାଜପଥରେ ପାଣିକୋଇଲି ଅଭିମୁଖେ ଯାଇ ସେଠାରୁ ବାମପାର୍ଶ୍ଵ କୁ ୨୦ ନଂ ରାଜପଥରେ କେନ୍ଦୁଝର ଯିବା ରାସ୍ତାରେ ମଝିରେ ଆସିବ ଘଟଗାଁ ( ମା ତାରିଣୀ ପୀଠ) ଏଠାରୁ ବାମପାର୍ଶ୍ୱକୁ ୯ କି .ମି ଗଲେ ଆସିବ ଗୁଣ୍ଡିଚାଘାଗି | | ଏହାର ନିକଟସ୍ଥ ରେଳ ଷ୍ଟେସନ ହରିଚନ୍ଦନପୁର ଓ ଯାଜପୁର |

LEAVE A REPLY

Please enter your comment!
Please enter your name here

- Advertisment -

Most Popular