ନୂଆପଡ଼ା: ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର ହେବା ଘଟଣା ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ତରବୋଡ଼ ଫାଣ୍ଡି ଅଧୀନରେ ଥିବା ବାଘମୁଣ୍ଡା ଗାଁର ଡିକସନ ସୁନାନୀ ଓ ତାଙ୍କ ସ୍ତ୍ରୀ ଟୁମିଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ। ତେବେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ରାତି ପ୍ରାୟ ୩ଟା ବେଳେ ସ୍ତ୍ରୀ ଟୁମି ତାର ସ୍ବାମୀ ଡିକସନର ବେକରେ ଟାଙ୍ଗିଆରେ ଚୋଟ ପକାଇଥିଲେ। ଡିକସନ ଚିତ୍କାର କରିବା ଦେଖି ସ୍ତ୍ରୀ ଟୁମି କୁଆଡ଼େ ପଳାଇଥିଲେ। ପରେ ପଡ଼ୋଶୀମାନେ ଡିକସନଙ୍କୁ ଗୁରୁତର ଅବସ୍ଥାରେ ଡିକସନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ତରବୋଡ଼ ଫାଣ୍ଡି ଅଧିକାରୀ ବାଘମୁଣ୍ଡା ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0