ଭୋପାଳ : ମଧ୍ୟପ୍ରଦେଶରେ ଏକ ବିଷାକ୍ତ ମଦ ମୃତ୍ୟୁମାମଲା ସାମନାକୁ ଆସିଛି । ରାଜ୍ୟର ମୋରେନାଠାରେ ବିଷାକ୍ତ ମଦ ପିଇ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୃତକ ମାନେ ଦୁଇଟି ଅଲଗା ଅଲଗା ଗ୍ରାମର ଅଧିବାସୀ । ସୁନାବଲି ଥାନା ଅଧିନସ୍ଥ ପହାବଲୀ ଗାଁରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ବାଗଚିନି ଅଞ୍ଚଳର ମାନପୁର ଗାଁରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0