ଆଠଗଡ଼ : କରୋନା କଟକଣା ଯୋଗୁ ୯ ମାସ ପରେ ଗତକାଲି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଥିଲା ଧବଳେଶ୍ୱର ପୀଠ। ତେବେ ଗୁରୁବାର ମକର ସଂକ୍ରାନ୍ତିରେ ପୁଣି ସର୍ବସାଧାରଣଙ୍କ ପାଇଁ ଏଠାରେ ଦର୍ଶନ ବନ୍ଦ ରହିବ। ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମକର ସଂକ୍ରାନ୍ତି ଦିନ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ ଧାରା ଜାରି ହେବ। ତେବେ ପୂଜକଙ୍କ ଦ୍ୱାରା ମନ୍ଦିରର ନୀତିକାନ୍ତି ସମ୍ପନ୍ନ କରାଯିବ। ପୂର୍ବ ଅନୁଭୂତିରୁ ସେଦିନ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି। ଏହା ସହିତ ସେଦିନ ଧବଳେଶ୍ୱର ପୀଠକୁ ନଆସିବାକୁ ସେ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୭ ତାରିଖରୁ କଟକରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ସାରିଥିଲା। ହେଲେ ୮ ତାରିଖରେ ବାବା ଧବଳେଶ୍ୱରଙ୍କ ପୀଠ ଖୋଲିଥିଲା। ୮ତାରିଖରେ ପୂଜକଙ୍କ ପରିବାର , ୯ଓ ୧୦ ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ। ଏହା ପରେ ଗତକାଲି ଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯାଇଛି। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରହି ମନ୍ଦିର ପରିସରରେ ଦର୍ଶନ କରିବା ପାଇଁ ନିୟମ ଲାଗୁ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0