ବରଗଡ: ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ–୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା। ଗିରଫ ପରେ ଦୁର୍ବୃତ୍ତଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍, ୨ଟି ଛୁରୀ ଏବଂ ୪ଟି ମୋବାଇଲ ଫୋନ ଜବତ୍ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ ଛତିଶଗଡ଼ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ପ୍ରକାଶ ମାର୍କେଟିଙ୍ଗ ନାମକ କମ୍ପାନୀର କର୍ମଚାରୀ ଆଲୋକ ଭଟ୍ଟଙ୍କୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ଗତ ରବିବାର ଆଲୋକ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ଟଙ୍କା ସଂଗ୍ରହ କରି ଫେରିଥିଲେ।ବରଗଡ଼ସ୍ଥିତ ଏକ ହୋଟେଲରେ ସେ ପହଞ୍ଚିଥିଲେ। ହୋଟେଲ ରିସେପ୍ସସରେ ଛିଡା ପାଖରେ ଆଲୋକ ଛିଡା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଭୁଜାଇ ଧରି ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କଠୁ ୪୮ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଲୁଟ୍ର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ତଦନ୍ତ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0