ଭୁବନେଶ୍ୱର: ଭୁବନେଶ୍ୱରରେ ମାଟି ଭିତରୁ ବାହାରୁଛି ପଚା ଗନ୍ଧ। ମାଟି ତଳେ ଏମିତି ଗନ୍ଧ କାହିଁ ବାହାରୁଛି ଏହା ଭାବି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସ୍ଥାନୀୟ ଲୋକେ ମାଟିତଳେ କିଛି ପୋତା ଯାଇଥିବା ସନ୍ଦେହ କରୁଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସରସ୍ଵତୀ ବସ୍ତିରେ ମାଟି ତଳୁ ପଚା ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି। ୩ଟି ସ୍ଥାନରେ ମାଟି ଗଦା ହୋଇଥିବା ବେଳେ ପଚା ଗନ୍ଧ ବାହାରୁଥିବା ବସ୍ତି ଲୋକେ ଅଭିଯୋଗ କରିଛନ୍ତି। ୧୦ରୁ ଅଧିକ ଲୋକ ଗାଡ଼ିରେ ଆସି ସାବଳ ଏବଂ ଫାଉଡ଼ାରେ ମାଟି ଖୋଳିବା ସହ କିଛି ପୋତିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ପୋଲିସକୁ ସୂଚନା ଦିଆଯାଇଛି। ଗତକାଲି ରାତିରେ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। ତେବେ ମାଟି ତଳେ କଣ ପୋତା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମାଟିତଳେ ମଣିଷ ଶରୀର କିଛି କୁକୁଡ଼ା ପର ପୋତା ଯାଇଛି ତାକୁ ନେଇ ସମସ୍ତ ସନ୍ଦେହରେ ରହିଛନ୍ତି। ମାଟି ଉପରେ ମାଛି ବସୁଥିବା ସହ ପଥରରେ ବ୍ଲଡ଼ ଲାଗିଥିବା କଥା ଲୋକେ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0