କରୋନା ପାଇଁ ସାରା ରାଜ୍ୟରେ ସମସ୍ତ ପରୀକ୍ଷା ଅନିଶ୍ଚିିତତା ଭିତରେ ରହିଛି । ମାତ୍ର ଆଜି ରାଜ୍ୟରେ ଓଜେଇଇ ପରୀକ୍ଷାକୁ ନେଇ ଏକ ବଡ ଘୋଷଣା କରାଯାଇଛି । ଆଉ ୫ଟି ନୂଆ ପରୀକ୍ଷା କେନ୍ଦ୍ର ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ର ଗୁଡିକ ଜୟପୁର, ଅନୁଗୁଳ, ବରଗଡ, ବାରିପଦା ଓ କେନ୍ଦୁଝରରେ କରାଯିବ । ପ୍ରତି କେନ୍ଦ୍ରରୁ ଅନ୍ ଲାଇନ୍ ପରୀକ୍ଷା ପାଇଁ ସୁବିଧା ରହିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ବିଭିନ୍ନ ଘରୋଇ ଓ ସରକାରୀ ମେଡିକାଲ, ଇଂଜିନିୟରିଂ ଏବଂ ମ୍ୟାନେଜମେଂଟ କଲେଜ ଗୁଡିକରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ଓଜେଇଇ ପରୀକ୍ଷା କରାଯାଇଥାଏ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0