ସୁନ୍ଦରଗଡ ଜିଲ୍ଲାର ରାଜଗଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଲା ମାଲବାହୀ ଟ୍ରେନ । ଏଥିରେ କାହାର ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧:୩୦ ସମୟରେ ଏକ ମାଲବାହୀ ଟ୍ରେନ ରାଉଲକେଲାରୁ ରାଜଗାଙ୍ଗପୁର ଆସୁଥିବା ସମୟରେ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଟ୍ରେନର ମଝି ଭାଗରେ ଥିବା ଦୁଇଟି ବଗି ହଠାତ୍ ଲାଇନଚ୍ୟୁତ ହୋଇଥିଲା । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଅନ୍ୟଟି ଓଲଟି ପଡିଥିଲା । ଟ୍ରେନଟି ଷ୍ଟେସନ ନିକଟମର୍ତ୍ତୀ ଥିବାରୁ ଏହାର ଗତି କମ୍ ରହିଥିଲା ।ଏହାଫଳରେ କୈାଣସି ବଡ ଦୁର୍ଘଟଣା ହୋଇନଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0