ଯାଜପୁର : ସାମ୍ନାକୁ ଆସିଲା ପ୍ରତ୍ୟେକ୍ଷ ଦେବୀ କୋଟରାକ୍ଷୀଙ୍କ ୧୫୦ବର୍ଷ ପୁରୁଣା ମୁର୍ତ୍ତି ଚୋରୀ । ଗ୍ରାମଦେବତୀ ଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ କିଛି ଦୃବୁର୍ତ୍ତ ଦର୍ପଣ ଗ୍ରାମ ବ୍ରାହ୍ମଣ ସାହିରେ ଥିବା ମନ୍ଦିରରୁ ଚୋରି କରି ନେଇଯିବାର ଘଟଣା ସାମ୍ନାକୁ ଆସିଛି। ଯାହାକି ଯାଜପୁର ଜିଲ୍ଲା ଧାନମଣ୍ଡଳ ଫାଣ୍ଡି ଅଧିନସ୍ଥ ଦର୍ପଣ ଗ୍ରାମରେ ଘଟିଥିବା ଅଭାବନୀୟ ଦୃଶ୍ୟ। ଘଟଣା ସ୍ଥାନରେ ଧାନମଣ୍ଡଳ ଫାଣ୍ଡି ଅଧିକାରୀଙ୍କ ସମେତ ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରୀରଖିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବହୁ ପୁରାତନ କାହିଁ କେଉଁ କାଳର ଓ ବହୁ ପୁରାତନ ଏହି ଗ୍ରାମଦେବତୀ, ମୂର୍ତ୍ତୀର ମୁଲ୍ୟ ମଧ୍ୟ ଲକ୍ଷା ଧିକ ଟଙ୍କାରୁ ଅଧିକ ହେବ ବୋଲି ଦାବି ହେଉଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0