କେନ୍ଦୁଝର: କେନ୍ଦୁଝରରୁ ବାହାରିଲା କୋଭିଡ ଟୀକା ଆଣିବା ପାଇଁ ଭେକ୍ସିନ ଗାଡି । ବହୁ ଦିନର ପ୍ରତୀକ୍ଷା ପରେ କୋଭିଡ ଟୀକା ଲୋକଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଥିବା ବେଳେ ଏବେ ଏହି ପ୍ରତୀକ୍ଷିତ ଟୀକା କାରଣ କାର୍ୟ୍ୟକ୍ରମ ଆସନ୍ତା ୧୬ ତାରିଖରୁ କେନ୍ଦୁଝର ଗ’ ୬ଟି ସେଣ୍ଟରରୁ ଆରମ୍ଭ ହେବାକୁ ଯାଉଛି । କେନ୍ଦୁଝରରେ ପ୍ରଥମ ପର୍ୟ୍ୟାୟରେ ୧୨୫୦୯ ଜଣ କୋଭିଡ ଯୋଧାଙ୍କୁ ଏହି ଟୀକା କାରଣ ରେ ସାମିଲ କରିବାକୁ ପଞ୍ଜିକରଣ କରାଯାଇଛି । ଟୀକା ସଂଗ୍ରହ ପାଇଁ ଆଜି ଏକ ସ୍ୱତନ୍ତ୍ର ଗାଡି ପୂର୍ଣ ପୋଲିସ ସୁରକ୍ଷା ବଳୟ ମଧ୍ୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଅଭିମୁକ୍ଷେ ବାହାରିଛି । ଆସୁଥିବା ଟୀକାକୁ ସଂରକ୍ଷିତ କରି ରଖିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ୨୫୦୦୦ ରୁ ଉର୍ଦ୍ଧ ଟୀକା ଆସିବାର କାର୍ୟ୍ୟକ୍ରମ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0