କଳାହାଣ୍ଡି: କଳାହାଣ୍ଡି ଆମପାଣି ଘାଟିର ପ୍ରଥମ ବୁଲାଣୀରେ ଓଲଟିଲା ଯାତ୍ରୀବାହୀ ବସ । ଏହି ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି। ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡି ଯୋଗୁଁ ଡ୍ରାଇଭର ରାସ୍ତା ଜାଣିପାରିନଥିଲେ। ତେଣୁ ପ୍ରଥମ ବୁଲାଣୀ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡ୍ରାଇଭର କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଏହି ଦିଲ୍ଖୁସ ବସ ଯାଉଥିଲା। ରାସ୍ତାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲପର ସୂର୍ଯ୍ୟ ବାରିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ ଜଣେ ଯାତ୍ରୀ ସୁଦୀପ ମହାନ୍ତି ସାମାନ୍ୟ ଆହତ ହୋଇଛନ୍ତି। ଅଳ୍ପକେ ଅନ୍ୟ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ। ହେଲପରଙ୍କ ହାତ-ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0