ରାଜନଗର: ରାଜନଗର ବ୍ଲକ ଘଡିଆମାଳ ଗାଁରୁ ଦିନ ପ୍ରାୟ ସାଢେ ଦୁଇଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରୀ ଜଣେ ଯୁବକକୁ ମାଡ଼ମାରି ଜବରଦସ୍ତ ଅପହରଣ କରିଥିବାବେଳେ ରାଜନଗର ପୋଲିସ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଠାରେ କାବୁ କରିବାରେ ସଫଳ ହୋଇଛି l ଚାନ୍ଦବାଲି ଥାନା ନେଢୁଆଳି ଗ୍ରାମର ଅଭୟ କୁମାର ରାଉତ, ଫିଡ଼ସ ବ୍ୟବସାୟର ସପ୍ଲାୟର ଦୀର୍ଘ ପାଞ୍ଚବର୍ଷ ହେବ କାମ କରୁଛନ୍ତି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ଅପରାହ୍ନ ୦୨:୩୦ ମିନିଟରେ ଅଭୟ ରହୁଥିବା ଘଡିଆମାଳ ଗାଁରେ ପହଂଚି ତାକୁ ଡାକି ଆଣି ମାଡ଼ମାରି ଜବରଦସ୍ତ ଗୋଟେ ବୋଲେରୋ ଗାଡିରେ ପୁରାଇ ଉଠାଇନେଇଯାଇଥିଲେ lଉଠାଇନେବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖି ରାଜନଗର ଥାନାକୁ ଫୋନ କରିଥିଲେ l ଖବର ପାଇ ରାଜନଗର ପୋଲିସ ପକ୍ଷରୁ ଟିମ ବିଭିନ୍ନ ଜାଗାରେ ଚେକିଂ ସହିତ ନାକାବନ୍ଦୀ କରାଯାଇଥିଲା l କିନ୍ତୁ ଦୁର୍ବୁତ୍ତମାନେ ରାଜନଗରରୁ ପାର ହୋଇଥିଲେ କିନ୍ତୁ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ ଚଲ୍ହାକକରୀ ପଟ୍ଟାମୁଣ୍ଡାଇ, ଆଳି, କେନ୍ଦ୍ରାପଡ଼ା ଭଳି ଅନେକ ଥାନାକୁ ଜଣାଇଦେଇଥିଲେ l ଏବଂ ରାଜନଗର ଆଇଆଇସି ତପନ କୁମାର ନାୟକ ଚଲ୍ହାକର ସହିତ ଅଭୟଙ୍କ ମୋବାଇଲକୁ ଟ୍ରାକିଂକରି ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଜାଣିପାରିଥିଲେ l ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ସହଯୋଗରେ ଅଭୟକୁ ଉଦ୍ଧାରକରିବା ସହ ଦୁର୍ବୁତ୍ତଙ୍କୁ କାବୁକରି ସେହି ବୋଲେରୋକୁ ରାଜନଗର ଥାନାକୁ ଆଣିଥିଲେ l ଅପରପକ୍ଷରେ ସରସ୍ବତୀ ମାଝୀ ଗତକାଲି ୦୩:୩୦ ରେ ଅଭିଯୋଗ କରିଥିଲେ ୧-ବସନ୍ତ ସାମଲ ଗ୍ରାମ ଯୋଗୀ ପୋଖରୀ, ୨- ପ୍ରଦୀପ ସେଠି ଗ୍ରାମ ବାଲିକୁଳି, ୩- ସୁଶାନ୍ତ ସେଠି, ଗ୍ରାମ ନେଦୁଳି, ୪-ଶରତ ସାମଲ, ୫- ଜଗନ୍ନାଥ ବିଶ୍ୱାସ ଗ୍ରାମ ଚନ୍ଦନବିନ୍ଧା ସମସ୍ତେ ଚାନ୍ଦବାଲି ଥାନାର ଭଦ୍ରକ ଜିଲ୍ଲାର ପିଲା ଅଭୟ ରାଉତକୁ ଉଠାଇ ନେଇଯିବାର ଅଭିଯୋଗ ହୋଇଥିଲା ଏବଂ ରାଜନଗର ଆଇଆଇସି ତପନ କୁମାର ନାୟକ ଏହି ପାଞ୍ଚ ଜଣଙ୍କୁ ଧରିବା ସହିତ ଗୋଟେ ବୋଲେରୋ ଗାଡି ନମ୍ବର -OD୦୫F୦୪୪୯, ସାତଟା ମୋବାଇଲ ଏବଂ ଏକ ହଜାର ଟଙ୍କା ଜବତ କରି କେଶ ନମ୍ବର ୧୨ ତାରିଖ -୧୨.୦୧.୨୦୨୧ ଏବଂ ଦଫା – ୨୯୪/୩୬୪/୫୦୬/୩୪ IPCରେ ଗିରଫ କରି କୋଟ ଚାଲାଣ କରାଯାଇଛି l ଏ ନେଇ ଆଜି ରାଜନଗର ଥାନାରେ ପ୍ରେସ ମିଟିଙ୍ଗ କରାଯାଇଛି ପଟ୍ଟାମୁଣ୍ଡାଇର SDPO- Ranjan kumar Dey ସୂଚନା ଦେଇଛନ୍ତି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0