ଆଠଗଡ : ଆଜି ମକର ସଂକ୍ରାନ୍ତିକୁ କଟକ ଜିଲ୍ଲା ଆଠଗଡର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମ୍ଧାମ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ ବହୁ ପୁଣ୍ୟ ମିଳିଥାଏ ।
ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହେବା ସହ ମହାନଦୀ ବାଲିପଠାରେ ଗୁଡି ଉଡାର ମଜା ନିଅନ୍ତି । ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଅନୁସାରେ ଆଜି ଦିନକ ପାଇଁ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରଯାଇଛି । କେବଳ ପୂଜକମାନେ ପୀଠରେ ଉପସ୍ଥିତ ରହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0