ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାହାସପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗ୍ୟାସ୍ ଟାଙ୍କିରୁ ନିଆଁ ଲାଗି ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସାହାସପୁର ଗ୍ରାମର ଚକ୍ରପାଣି ଡାକୁଆ ଏବଂ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଘଟଣାଟି ଭୋରରୁ ଘଟିଥିବା ବେଳେ ପରିବାର ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବର ପାଇ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଚକ୍ରପାଣିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗ୍ୟାସ୍ ଟାଙ୍କି ଫାଟିବାରୁ ବର୍ତ୍ତି ଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0