ଭୁବନେଶ୍ବର : ଜାନୁଆରି ୧୮ରୁ ପରିବର୍ତ୍ତିତ ସମୟ ସାରଣୀରେ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପଲାସା-ବିଶାଖାପାଟଣା-ପଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବର୍ତ୍ତେ ଜାନୁଆରି ୧୮ରୁ ପରିବର୍ତ୍ତିତ ସମୟ ସାରଣୀ ପଲାସାଠାରୁ ସକାଳ ୫ଟାରେ ଛାଡ଼ି ବିଶାଖାପାଟଣାରେ ପୂର୍ବାହ୍ନ ୯ଟା ୨୫ରେ ପହଞ୍ଚିବ। ବିଶାଖାପାଟଣାରୁ ଅପରାହ୍ନ ୫ଟା ୪୫ରେ ଛାଡ଼ି ରାତି ୧୦ଟାରେ ପଲାସାରେ ପହଞ୍ଚିବ। ପଲାସା-ଭୁବନେଶ୍ୱର-ପଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବର୍ତ୍ତେ ପରିବର୍ତ୍ତିତ ସମୟ ସାରଣୀ ଅନୁଯାୟୀ ପଲାସାରୁ ସକାଳ ୬ଟାରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ ଏବଂ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୧୦ରେ ଛାଡ଼ି ରାତି ୧୦ଟାରେ ପଲାସାରେ ପହଞ୍ଚିବ। ବିଶାଖାପାଟଣା-ରାୟଗଡା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବର୍ତ୍ତେ ପରିବର୍ତ୍ତିତ ସମୟ ସାରଣୀ ଅନୁଯାୟୀ ସନ୍ଧ୍ୟା ୬ଟାରେ ବିଶାଖାପାଟଣାରୁ ଛାଡ଼ି ରାତି ୧୦ଟା ୫ରେ ରାୟଗଡ଼ାରେ ପହଞ୍ଚିବ। ରାୟଗଡ଼ାରୁ ସକାଳ ୫ଟା ୧୫ରେ ଛାଡ଼ି ବିଶାଖାପାଟଣାରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0