ପୁରୀ : ଶ୍ରୀମନ୍ଦିର ଭଳି ସ୍ବର୍ଗଦ୍ବାର କୋଟି କୋଟି ଓଡ଼ିଆ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବାବେଗ ସହ ଜଡ଼ିତ। ସ୍ବର୍ଗଦ୍ବାରରେ ଶବଦାହ କଲେ ମୃତବ୍ୟକ୍ତିଙ୍କ ସ୍ବର୍ଗପ୍ରାପ୍ତିର ଅଗାଧ ବିଶ୍ବାସ ରହିଛି। ଏହି ବିଶ୍ବାସର ସହ ଦୈନିକ ଶହ ଶହ ସଂଖ୍ୟାରେ ଶବ ସ୍ବର୍ଗଦ୍ବାରକୁ ଦାହ ପାଇଁ ଆସୁଛି। କିନ୍ତୁ ସ୍ବର୍ଗଦ୍ବାରରେ ସ୍ଥାନାଭାବ ଶବଦାହରେ ଅନ୍ତରାୟ ସୃଷ୍ଟି କରୁଛି। ଆତ୍ମୀୟସ୍ବଜନଙ୍କୁ ମୃତଦେହ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସ୍ବର୍ଗଦ୍ବାରର ସବୁଠୁ ବଡ଼ ସମସ୍ୟା ହେଲା ଜବରଦଖଲ। ବଡ଼ ବଡ଼ ହୋଟେଲ ମାଲିକ, ସେବାୟତ, ରାଜନେତାମାନେ ସ୍ବର୍ଗଦ୍ବାର ଜମିକୁ ମାଡ଼ି ବସିଛନ୍ତି। ଏହି ଜବରଦଖଲକୁ ଉଚ୍ଛେଦ ନ କରି ସରକାର ବିକାଶର ନକ୍ସା ଆଙ୍କିଛନ୍ତି। ଯେଉଁ ସ୍ବଳ୍ପ ଜାଗା ରହିଥିଲା, ସେଥିରୁ ଅଳ୍ପ କିଛି ଜାଗା ଦୈନନ୍ଦିନ ଶବଦାହ ପାଇଁ ଛାଡ଼ି ବାକି ଜାଗାରେ ବିକାଶ କାର୍ୟ୍ୟ କରାଯାଉଛି। ଯଦ୍ବାରା ସ୍ବର୍ଗଦ୍ବାରରେ ଶବଦାହର ସ୍ଥାନାଭାବ ଦେଖାଦେଇଛି। ଯେଉଁଥିପାଇଁ ଦୈନନ୍ଦିନ ଦାହ ପୂର୍ବରୁ ଶବକୁ ଧାଡ଼ିରେ ରହିବାକୁ ପଡ଼ୁଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0