ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କୋଭିଡ ଟିକା ପହଞ୍ଚିଲା। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ଟିକା ଗ୍ରହଣ କରିଛନ୍ତି। ଆଜି ପ୍ରାତଃ ୪ଟା ବେଳେ କୋଭିଡ ଟିକା ବୋଝେଇ ଭ୍ୟାନ୍ ଜିଲ୍ଲା ଭେକ୍ସିନ ଷ୍ଟୋରରେ ପହଞ୍ଚିଛି। ଜିଲ୍ଲା ଟିକା କେନ୍ଦ୍ର ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ତାକୁ ସୁରକ୍ଷିତ ରଖିଥିବା ବେଳେ ଜିଲ୍ଲାକୁ ୩୬୦୦ ଡୋଜ ଟିକା ପହଞ୍ଚିଥିବା ସୂଚନା ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ଏହି ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଖଡ଼ିଆଳ ମିଶନ ଆଦି ଜିଲ୍ଲାର ତିନିଟି ଟିକାଦାନ କେନ୍ଦ୍ରକୁ ପହଞ୍ଚିବ ବ୍ୟବସ୍ଥା ଥିବା ପ୍ରକାଶ କରିଛନ୍ତି। ସେହିପରି ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏକ ଭ୍ୟାକ୍ସିନ ଷ୍ଟୋର ରହିଥିବା ଜଣାପଡ଼ିଛି। କୋଭିଡ ଟିକା ଜିଲ୍ଲାକୁ ଆସିଥିବା ବେଳେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି। ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0