ଭୁବନେଶ୍ବର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। କ୍ୟାପିଟାଲ ଥାନା ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ୟୁନିଟ-୬ରେ ଗଙ୍ଗନଗର ବସ୍ତିରେ ୧୦ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଯୁବକର ବାମ ହାତରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ହେଉଛି କାହ୍ନା ନାୟକ। କାହ୍ନା ନାମରେ ମଧ୍ୟ ମାମଲା ରହିଥିବା ପୁଲିସ କହିଛି। କାହ୍ନାର ୟୁନିଟ ୬ ବସ୍ତିରେ ଏକ କ୍ୟାବିନ ପକାଇବାକୁ ନେଇ କିଛି ଯୁବକଙ୍କ ସହ ୪ ମାସ ତଳେ ଝଗଡ଼ା ହୋଇଥିଲା। ଯୁବକମାନେ କ୍ୟାବିନ ଭଙ୍ଗାରୁଜା କରିବା ସହ ତା’ ପରିବାର ଲୋକଙ୍କୁ ମାଡ଼ ମାରିଥିଲେ। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବକମାନଙ୍କର ରାଗ ଚଢ଼ିଥିଲା। ଆଜି କାହ୍ନା ସାଇ ମନ୍ଦିର ନିକଟରେ ବସିଥିବା ବେଳେ ମୁହଁରେ ଗାମୁଛା ବାନ୍ଧି ଯୁବକମାନେ ବୁଲେଟ ଓ ପଲସରରେ ଆସି ତାକୁ ଖୋଜିଥିଲେ। ଏମାନଙ୍କୁ ଦେଖିବା ପରେ କାହ୍ନା ଜୀବନ ବିକଳରେ ଦଉଡ଼ିଥିଲା। ଏକ ଗୋବର ଖାତରେ ପଡ଼ିଯିବାରୁ ଯୁବକମାନେ ମିଶି ତାକୁ ଖଣ୍ଡାରେ ହାଣି ପକାଇଥିଲେ। କ୍ୟାବିନକୁ ନେଇ ହୋଇଥିବା ଗଣ୍ଡଗୋଳରୁ ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି। ତେବେ ଅପରାଧରେ ବ୍ୟବହୃତ ଗାଡ଼ି ନମ୍ବରରୁ ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିଛି। ମୁଖ୍ୟ ଅଭିଯୁକ୍ତ ପାପୁନି ନାୟକ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0