spot_img

କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠୁ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ :  ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ । ଏହି ସମୟରେ ନଦୀ, ନାଳ, ଜଳାଶୟ ଭିତରେ ଥିବା କୁମ୍ଭୀରମାନଙ୍କ ଗଣନା କରାଯିବ ।

ପର୍ଯ୍ୟଟକମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏହି ସମୟରେ ବୋଟ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ୍ କରାଯାଏ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular