ନୂଆଦିଲ୍ଲୀ: ‘ବଳଦ ବଶିକରଣ କ୍ରୀଡ଼ା’ ‘ଜାଲିକାଟୁ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୁରୁବାର ଦିନ କଂଗ୍ରେସ ନେତା ତଥା ଓ୍ଵାୟନାଡ଼ ସାଂସଦ ରାହୁଲ୍ ଗାନ୍ଧୀ ମଦୁରାଇରେ ପହଞ୍ଚିଛନ୍ତି। ତିନି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରତିବାଦକାରୀଙ୍କ ପ୍ରତି ଏହା ସାଙ୍କେତିକ ସମର୍ଥନ ବୋଲି କୁହାଯାଉଛି। କାରଣ ବଳଦ ହେଉଛି କୃଷକମାନଙ୍କର ସଂକେତ ଓ ସେମାନଙ୍କର ଜୀବନର ଅଂଶବିଶେଷ। ମଦୁରାଇରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାମିଲ ସଂସ୍କୃତି, ଭାଷା, ଇତିହାସ ଭାରତର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସବୁ ସମସ୍ତ ଭାରତୀୟଙ୍କ ଠାରୁ ସମ୍ମାନ ପାଇବା ଦରକାର। ସେହି ବିଶେଷ କାରଣରୁ ହିଁ ମୁଁ ଏହି ସହରକୁ ଆସିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0