ୟୁପିଏସସି ପକ୍ଷରୁ ଖାଲି ଥିବା ଆସିଷ୍ଟାଣ୍ଟ୍ ପ୍ରଫେସର ଓ ଅନ୍ୟାନ୍ୟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ୟୁପିଏସସି upsc.gov.in ଦ୍ୱାରା ଆବେଦନ କରିପାରିବେ । ଜୁଲାଇ ୨୦ରୁ ଆବେଦନ ତାରିଖ ଆରମ୍ଭ ହୋଇ ୧୩ ଅଗଷ୍ଟରେ ସମାପ୍ତ ହେବ । ଖାଲି ଥିବା ପଦଗୁଡ଼ିକ ହେଲା ମେଡ଼ିକାଲ ଅଫିସର, ଆସିଷ୍ଟାଣ୍ଟ୍ ଇଂଜିନିଅର, ସ୍ପେଶିଆଲ ଗ୍ରେଡ୍-୩, ଆସିଷ୍ଟାଣ୍ଟ୍ ପ୍ରଫେସର, ସିନିୟର ସାଇଣ୍ଟିଫିକ୍ ଅଫିସର, ଆର୍କିଟେକ୍ଟ୍ ଇତ୍ୟାଦି । ପରୀକ୍ଷା ଉଭୟ ଲିଖିତ ଓ ସାକ୍ଷାତକାର ମାଧ୍ୟମରେ କରାଯିବ । ଇଡବ୍ଲ୍ୟୁଏସ୍ ପାଇଁ ୫୦ମାର୍କ , ଓବିସି ପାଇଁ ୪୫ମାର୍କ, ଏସସି ଓ ଏସଟି ପାଇଁ ୪୦ମାର୍କର ପରୀକ୍ଷା କରାଯିବ । ସାକ୍ଷାତକାର ପାଇଁ ୧୦୦ ମାର୍କର ପରୀକ୍ଷା ହେବ । ଏଥିପାଇଁ ଆବେଦନକାରୀ ଯେଉଁ ପଦ ଲାଗି ଆବେଦନ କରୁଛନ୍ତି, ସେମାନେ ଏସ୍ବିଆଇ ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମାଷ୍ଟର କ୍ରେଡିଟ୍ /ଡେବିଟ୍ କାର୍ଡର ଉପଯୋଗ କରି ୨୫ ଟଙ୍କା ଦେୟ ଦାଖଲ କରିବେ । ଏସସି/ଏସ୍ଟି/ପିଏଚ୍/ ମହିଳାଙ୍କ ଏହା ନିଃଶୁଳ୍କ ଅଟେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0