ମୁମ୍ବାଇ: ଶେଷରେ ରିଲିଜ ହୋଇଛି ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ । ଫିଲ୍ମରେ ତାଙ୍କ ବଳିଷ୍ଠ ଅଭିନୟକୁ ଉଭୟ ସେଲିବ୍ରିଟି ଓ ପ୍ରଶଂସକ ଭୁରି ଭୁରି ପ୍ରଶଂସା କରିଛନ୍ତି । ‘ଆମେ ନିଜ ଜନ୍ମ ଓ ମୃତ୍ୟୁର ସମୟ ଧାର୍ଯ୍ୟ କରିପାରିବା ନାହିଁ । କିନ୍ତୁ ଆମେ ଜୀବନ କିପରି ଜିଇଁବା ତା’ର ନିଷ୍ପତ୍ତି ନେଇପାରିବା’ । ଏହା ଥିଲା ‘ଦିଲ ବେଚାରା’ ଫିଲ୍ମରେ ସୁଶାାନ୍ତ ସିଂହ ରାଜପୁତଙ୍କ ଏକ ଡାଇଲଗ୍ । ଜୀବନରେ ଅନେକ ଅଧୁରା ସ୍ୱପ୍ନ ଆଉ ହାତରେ ଖୁବ୍ କମ୍ ସମୟ । ରୋଗ ଆଉ ଯନ୍ତ୍ରଣା ଭିତରେ ସବୁ ସ୍ୱପ୍ନକୁ ସାଉଁଟିବା ପାଇଁ ନିରନ୍ତର ପ୍ରୟାସ କରୁଥାଏ ମଣିଷଟିଏ । ଏହାରି ଭିତରେ ନିଜେ ଖୁସି ରହି ଅନ୍ୟମାନଙ୍କୁ ଜିଇଁବାର ରାସ୍ତା ଦେଖାଉଥିବା ମଣିଷଟି ଶେଷରେ, ଶେଷ ନିଶ୍ୱାସ ଛାଡିଦିଏ । କିନ୍ତୁ ନିଜ କାମ ଭିତରେ ସେ ସମସ୍ତଙ୍କ ହୃଦୟରେ ଏପରି ସ୍ଥାନଟିଏ ତିଆରି କରିଦେଇଥାଏ, ଯାହା ତାକୁ ଚୀରକାଳ ଜୀବିତ ରଖେ । ଏହା ଥିଲା ଫିଲ୍ମ ଦିଲ୍ ବେଚାର ର କାହାଣୀ । ହଲିଉଡ୍ ଫିଲ୍ମ ‘ଫଲଟ୍ ଇନ୍ ଅବର’ ଷ୍ଟାରଙ୍କ ରିମିକ୍ସ ଉପରେ ଆଧାରିତ ଥିଲା ଏହି ଫିଲ୍ମ । ମାତ୍ର ଏମିତି ଲାଗୁଥିଲା ଯେମିତି ଏହା ଫିଲ୍ମ ନଥିଲା, ଥିଲା ସୁଶାନ୍ତଙ୍କ ଜୀବନ କାହାଣୀ । ଯାହା ତାଙ୍କ ପ୍ରଶଂସକ ଓ ସମସ୍ତ ଦର୍ଶକଙ୍କ ଆଖିରେ ଆଣିଦେଇଥିଲା ଲୁହ ।

ବିଭିନ୍ନ ସେଲିବ୍ରିଟିମାନେ ଫିଲ୍ମ ଦେଖିସାରିବା ପରେ ତାଙ୍କର ରିଆକ୍ସନ୍ ଦେଇଛନ୍ତି । ସିନେମାରେ ଥିବା କେତୋଟି ଦୃଶ୍ୟ ଏବଂ କିଛି ସଂଳାପ ଏମିତି ଥିଲା ଯାହା ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଅଭିନେତ୍ରୀ ଭୂମି ପେଡନେକର ଫିଲ୍ମଟିକୁ ଦେଖି ନିଜ ଲୁହକୁ ରୋକି ପାରିନାହାନ୍ତି ବୋଲି କହିଛନ୍ତି । ଅଭିନେତ୍ରୀ ଜେନେଲିଆ ଡିସୁଜା ସ୍କ୍ରିନ୍ରେ ସୁଶାନ୍ତ ସିଂହ ରାଜପୁତ, ମୁଁ କିଛି କରିପାରୁନାହିଁ , କିନ୍ତୁ ମୁଁ ସିଟି ମାରି ପାରିବି ବୋଲି କହିଛନ୍ତି । ଅଭିନେତ୍ରୀ ସ୍ୱରା ଭାସ୍କର ଓ ତାପସୀ ପନ୍ନୁ ମଧ୍ୟ ଫିଲ୍ମର ପ୍ରଥମ ଦୃଶ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବିଗ୍ ବସର ଶେଫାଳି ଜରିୱାଲା ଲେଖିଛନ୍ତି- ସୁଶାନ୍ତ ତୁମେ ଶାନଦାର ଥିଲ, ଆଉ ତୁମକୁ ସମସ୍ତେ ମନେ ପକାଇବେ । ସୁଶାନ୍ତଙ୍କୁ ରିଲରେ ଦେଖି ରିଅଲ ଲାଗିଲା ବୋଲି ରଶ୍ମି ଦେଶାଇ କହିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ଫିଲ୍ମରୁ ମୁଁ ବହୁତ କିଛି ଶିଖିଲି । ଆମ ପାଖରେ ନଥାାଇ ବି ଆପଣ ବହୁତ କିଛି ଶିଖାଇ ଚାଲିଗଲେ ।
ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ଡିଜନି ହଟଷ୍ଟାରରେ ରିଲିଜ ହୋଇଛି । ଫିଲ୍ମରେ ଲିଡ଼୍ ରୋଲରେ ସୁଶାନ୍ତ ଓ ସଞ୍ଜନା ସାଂଘୀ ଅଭିନୟ କରିଛନ୍ତି । ଏହି ଇମୋସନାଲ ଡ୍ରାମା ଓ ଲଭ୍ଷ୍ଟୋରୀ ଥିବା ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଫିଲ୍ମ ରିଲିଜ ପୂର୍ବରୁ #DilBechara ଟ୍ରେଣ୍ଡ୍ରେ ଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0