କୋରାପୁଟ: ଅଭିନବ ଉପାୟରେ ହେଉଛି ଗଂଜେଇ କାରବାର । ବୋଲେରୋ ଗାଡିରେ ସିକ୍ରେଟ ଚାମ୍ବରରେ ଯାଉଥିଲା ଗଂଜେଇ । ପଟ୍ଟାଙ୍ଗୀରୁ ଜୟପୁର ଯାଉଥିବା ବେଳେ ଧରିଲା ସେମିଳିଗୁଡା ପୁଲିସ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବୋଲେରକୁ ପୁଲିସ ସେମିଳିଗୁଡା ନିକଟରେ ଅଟକ ରଖିଥିଲା । ଯାଂଚ ବେଳେ ବୋଲେରୋ ଗାଡିର ପଛପଟେ ଥିବା ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଂଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲା । ୨୨୯ଟି ଗଂଜେଇ ବ୍ୟାଗ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୁଲିସ । ତେବେ ଜବତ ଗଂଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମିଳିଗୁଡା ପୁଲିସ ଗତ ରାତି ଗୋଟାଏ ବେଳେ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ ଛକରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ପଟାଙ୍ଗି ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0