ଆସନ୍ତା କାଲି ସାରା ଦେଶରେ ହେବ ଟିକାକରଣ । ମହାମାରୀ ବିରୁଦ୍ଧରେ ହେବ ମହାଯୁଦ୍ଧ । ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ । ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି । ଗତକାଲିଠାରୁ ହିତାଧିକାରୀଙ୍କ ପଞ୍ଜିକୃତ ମୋବାଇଲ ୍ ନମ୍ବରରେ ଏସଏମଏସ ପଠାଯାଉଥିବା ବେଳେ ଆଧାରରେ ଆସନ୍ତାକାଲିଠୁ ଆରମ୍ଭ ହେବ ଟିକାକରଣ । ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ଯାଏଁ ଚାଲିବ । ଭ୍ୟାକସିନ୍ ସିସି ଖୋଲିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ସେପଟେ ଦେଶର ପ୍ରଥମ ଟିକା ମଧ୍ୟପ୍ରଦେଶ ଭୋପାଳର ହରିଦେବ ନାମକ ଜଣେ ବ୍ୟକ୍ତିଙ୍କୁ ଦିଆଯିବ । ସେ ଭୋପାଳସ୍ଥିତ ଜେ.ପି ହସ୍ପିଟାଲରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତାକାଲି ସକାଳ ୯ଟାରୁ ଟିକାକରଣ ଆରମ୍ଭ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0