ସାହାରପଡା : ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନ । ଏହି ଅବସରରେ ସାହାରପଡା ସର୍ବେଶ୍ବର ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରି ବିଶ୍ବ ହିନ୍ଦୁ ପରିଷଦର ନେତୃତ୍ବରେ ବ୍ଲକର ପ୍ରତ୍ୟେକ ଗାଁର ପ୍ରତ୍ୟେକ ପରିବାରରୁ ସହଯୋଗ ପାଇଁ ସଂକଳ୍ପ କରାଗଲା । ଏବଂ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ରାମ ଭକ୍ତ ମାନେ ଏ କାମରେ ଲାଗିବେ। ଆଜିର ଏହି କାର୍ୟ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ପଦନ ନାୟକ ଧନୁର୍ଜୟ ମହାନ୍ତ,ଲୁଲୁ ବାରିକ,ବିଜେପି ପକ୍ଷରୁ ଅଂଶୁମାନ ସବୁଜ ମହାନ୍ତ ବର୍ମା,ସୁଦର୍ଶନ ମହାନ୍ତ,ମମତା ନାଏକ,ଗୌତମ ନାଏକ,ଧ୍ରୁବ ଚରଣ ନାଏକ,ବୁଲୁ ବାରିକ,ଅଶ୍ବନୀ ମହାନ୍ତ ଏବଂ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମହେଶ୍ୱର ମହାନ୍ତ,ଶିବାଜୀ ଗୌତମ ମହାନ୍ତ ବର୍ମା,ସତିଶ ଚନ୍ଦ୍ର ମହାନ୍ତ, ଅବନୀ ମହାନ୍ତ ,ଶିକ୍ଷା ବିକାଶ ସମିତି ପକ୍ଷରୁ ଶୁକଦେବ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0