ଭଦ୍ରକ : ଭଦ୍ରକରେ ପୁଲିସ ଉପରେ ହୋଇଥିବା ଆକ୍ରମଣ ଓ ଗାଡ଼ି ପୋଡ଼ି ଘଟଣାରେ ପୁଲିସ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ହୋଇଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ ଗିରଫ କରିଛି। ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁକୁ ନେଇ ହୋଇଥିଲା ଲଙ୍କାକାଣ୍ଡ। ଆଉ ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ରେ ନିଆ ଲଗାଇ ଦେଇଥିଲେ। କୋଇଲା ଚୋରି ଅଭିଯୋଗରେ ହାତୁଆରି ଗାଁର ବାପି ମହାଳିକ ନାମକ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ପୁଲିସ ଧରିବାକୁ ଗୋଡ଼ାଇଥିଲା। ବାପି ଜୀବନ ବିକଳରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଲ୍ଲିନଗର ଛକରେ ଥିବା ପୋଖରୀକୁ ଡେଇଁ ପଡ଼ିଥିଲେ। ପୁଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା। ଏହା ପରେ ପରିବାର ଲୋକେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେବା ସହିତ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଥିଲେ। ଏପରିକି ପୁଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହି ମାମଲାରେ ଆଜି ୬ ଜଣଙ୍କୁ ଗିରଫ କରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0