ବରଗଡ : ବ୍ୟବସାୟୀଙ୍କ ମାଆଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ନଗଦ ଟଙ୍କା ଏବଂ ସୁନା-ଗହଣା। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବରଗଡ଼ ପୋରାଞ୍ଚଳ ଅନ୍ତର୍ଗତ ସଂହରାପଡ଼ାରେ ରହୁଥିବା ବ୍ୟବସାୟୀ ଅଙ୍କିତ ରେଖାନିଙ୍କ ଘରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ପହଞ୍ଚି ଡକାୟତି କରିଥିଲେ। ଏ ନେଇ ଗତ ୧୨ରେ ବରଗଡ଼ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ।
ଅଙ୍କିତଙ୍କ ସ୍ତ୍ରୀ ମାର୍କେଟିଂ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ଏକୁଟିଆ ଥିବା ଅଙ୍କିତଙ୍କ ମାଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ପ୍ରାୟ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ କରି ନେଇଥିଲେ। ଉକ୍ତ ଘଟଣାର ତଦନ୍ତ କରି ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି।ସେମାନେ ହେଲେ ବରଗଡ଼ ଥାନା ଅଧିନସ୍ଥ ବିକାଶ ମଟାରୀ , ଅଶୋକ ରଣା ଓ ସୁଶାନ୍ତ ଭୁଏ। ଏଥିସହ ସେମାନଙ୍କ ଠାରୁ ନଗଦ ଟଙ୍କା, ଦୁଇଟି ଛୁରୀ ,ଗୋଟିଏ ମୋବାଇଲ, ଗୋଟିଏ ମୋଟରସାଇକେଲ , ସୁନା ଓ ହୀରା ଗହଣା ଜବତ କରାଯାଇଥିବା ବରଗଡ଼ ଏସ ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0