ଆମେରିକା: ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ତାଙ୍କର ନିର୍ବାଚନ ପ୍ରତିଶୃତି ପାଳନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ଆମେରିକା ଅର୍ଥନୀତିର ସୁଧାର ଆଣିବାକୁ ସେ ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ସେ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ । ଏହି ପ୍ୟାକେଜ ଲାଗୁହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ । ଏହାସହ ଏହି ସହାୟତା ପ୍ୟାକେଜରେ ବି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ ନାମ ଦିଆଯାଇଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳା ଫଳକୁ ନେଇ ଏବେ ବି ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ ଏବେ ବି ତାଙ୍କ ପରାଜୟକୁ ସ୍ୱିକାର କରି ନାହାନ୍ତି । ଏନେଇ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ । ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ହେଲେ ସେ ଯଦି ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0