ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନାଙ୍କ ବିବାହକୁ ପୂରିଲାଣି ୨୦ ବର୍ଷ । ଏହି ଦୁଇ ଅଇନେତା-ଅଭିନେତ୍ରୀ ୨୦୦୧ ମସିହା ଜାନୁଆରୀ ମାସ ୧୭ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇ ଜଣଙ୍କର ଯୋଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ଅକ୍ଷୟ ଏବଂ ଟ୍ବିଙ୍କଲ ନିଜର ୨୦ତମ ବିବାହ ବାର୍ଷିକୀ ଅବସରରେ ପରସ୍ପରକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ସିସିଆଲ ମିଡିଆରେ ବେଶ ସକ୍ରିୟ । ବିବାହ ବାର୍ଷିକୀ ଅବସରରେ ଅଭିନେତା ଅକ୍ଷୟ କୁମାର ପତ୍ନୀ ଟ୍ବିଙ୍କଲ ଖାନ୍ନାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟକୁ ଉଭୟଙ୍କର ଫ୍ୟାନ୍ସ ମଧ୍ୟ ବେଶ୍ ପସନ୍ଦ କରିବା ସହ ଆନିଭର୍ସରୀର ଶୁଭେଚ୍ଛା ଦେଉଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0