ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରେ ସୁବାଷ ବୋଷଙ୍କ ଜନ୍ମଦିନ ପାଳନ କରିବାର ନିଷ୍ପତ୍ତି ନେଇ ଏହି ମହାନ ବୀରଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଣିକି ପ୍ରତିବର୍ଷ ଜାନୁଆରୀ ୨୩କୁ ଲୋକେ ‘ପରାକ୍ରମ ଦିବସ’ ଭାବେ ମନେ ରଖିବେ ବୋଲି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୨୩ ତାରିଖ ଦିନ ଦେଉଛି ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ। ନେତାଜୀଙ୍କ ଜନ୍ମଦିନକୁ ପାଳନ କରି ଦେଶ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅତୁଳନୀୟ ଅବଦାନକୁ ଭାରତର ଲୋକମାନଙ୍କ ମନରେ ପୁଣି ଥରେ ତାଜା କରିବାକୁ ଚାହିଁଛନ୍ତି କେନ୍ଦ୍ର ସରକାର। ତାଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କଲେ ଦେଶର ଯୁବଗୋଷ୍ଠୀ ଅନୁପ୍ରାଣିତ ହେବେ। ନେତାଜୀଙ୍କ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହ ଦେଶ ପାଇଁ କାମ କରିବାକୁ ଯୁବକମାନେ ଉତ୍ସାହିତ ହେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0