spot_img

ଭୁବନେଶ୍ୱର ପହଞ୍ଚିଲେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି

ଭୁବନେଶ୍ୱର : ଓଡିଶାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ । ସେଠାରୁ ବାହାରି ସେ ଭୁବନେଶ୍ୱର ପହଞ୍ଚିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ୟ୍ୟକ୍ରମ ରହିଛି । କାଲି ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ସେ ଏବେ ‘ସଦର୍ନ କମାଣ୍ଡ’ର କମାଣ୍ଡିଂ ଇନ ଚିଫ ଭାବେ କାର୍ୟ୍ୟ କରୁଛନ୍ତି । ତେବେ ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular