spot_img

ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ

ଜୟପୁର : ମଣ୍ଡି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । କେତେକ ବସ୍ତା କଣା ହୋଇ ଚାଷୀ କଷ୍ଟ ଉପାର୍ଜିତ ମୂଲ ସବୁ ତଳେ ଗଦା ହୋଇଛି । କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଏହି ଅବ୍ୟବସ୍ଥା ଲାଗି ରହିଛି । ଜୟପୁର ବ୍ଲକର ହାଡିଆ ପଂଚାୟତରେ ଥିବା ମହିଳା ମାଆ ବୁଢୀ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିବା ମଣ୍ଡି ଏବେ ପ୍ରାୟ ୧୪ ହଜାର କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି । ୭ ଦିନ ହେଲା ଧାନ ବସ୍ତା ସବୁ ଗଦା ହୋଇ ରହିଛି । ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଚାଷୀ ମଣ୍ଡିକୁ ଧାନ ଆଣିଛନ୍ତି । ହେଲେ ଧାନ ବିକିବା ପାଇଁ ସ୍ଥିର ହୋଇଥିବା ଦିନ ଏହାରି ଭିତରେ ଶେଷ ହୋଇଛି । କିନ୍ତୁ ଧାନ କିଣା ହୋଇନାହିଁ । ତେଣୁ ମଣ୍ଡିରେ ଧାନ ଗଦା କରି ପଲିଥିନ ପକାଇ ଶୀତ କାକରରେ ଜଗି ରହିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular