କୁକୁଡାଖଣ୍ଡି: କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ଟିକାର ଶୁଭାରମ୍ଭ କରାଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ରାମଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଵିପିଏମ୍ ସୋହନ ପଟ୍ଟନାୟକ ପ୍ରମୁଖ ଟିକା ଗ୍ରହଣ କରିଥିଲେ । ଟିକା ପ୍ରଦାନ ପୂର୍ବରୁ ସ୍ଵାସ୍ଥ୍ୟ କର୍ମି ମାନେ ନିଜ ପଦୋନ୍ନତି ପାଇଁ କଳାଵ୍ୟାଜ୍ ପରିଧାନ କରିଥିଲେ ଯଦ୍ବାରା ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିବା ଦେଖିଵାକୁ ମିଳିଥିଲା । ମହିଳା ସ୍ଵାସ୍ଥ୍ୟ କର୍ମି କେ . କ୍ରୀଷ୍ଣା କୁମାରୀ ସହ ସମସ୍ତ ମେଡ଼ିକାଲ କର୍ମଚାରୀ ମାନେ କାର୍ୟ୍ୟକ୍ରମ ରେ ସହଯୋଗ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0