ନୂଆଦିଲ୍ଲୀ: ସାଂସଦଙ୍କୁ ବର୍ତ୍ତମାନ ସଂସଦ ଭବନ ପରିସର କ୍ୟାଣ୍ଟିନରେ ସବସିଡି ଖାଇବା ମିଳିବନି । ଏନେଇ ଲୋକସଭା ବାଚସ୍ପତି ଓମ ବିରଲା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓମ ବିରଲା କହିଛନ୍ତି ସାଂସଦ ଓ ଅନ୍ୟମାନଙ୍କୁ ସଂସଦ କ୍ୟାଣ୍ଟିନ ଭୋଜନରେ ଦିଆଯାଉଥିବା ସବସିଡି ବନ୍ଦ କରି ଦିଆଯାଇଛି। ସଂସଦ କ୍ୟାଣ୍ଟିନକୁ ଏବେ ଭାରତୀୟ ପର୍ୟ୍ୟଟନ ବିକାଶ ନିଗମ ଚଲାଇବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଏହି ଦାୟିତ୍ୱ ଉତ୍ତର ରେଳବାଇ ପାଖରେ ଥିଲା। ସଂସଦ କ୍ୟାଣ୍ଟିନରେ ଗୋଟିଏ ଥାଳିର ଦାମ ୩୫ ଟଙ୍କା ଥିଲା। ଦେଖନ୍ତୁ ରେଟ ଚାଟ୍। ଓମ ବିରଲା କହିଛନ୍ତି, ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ସଂସଦ ଅଧିବେଶନ ସମୟରେ ରାଜ୍ୟସଭା କାର୍ୟ୍ୟକାଳ ସକାଳ ୯ଟା ରୁ ଅପରାହ୍ନ ୨ଟା ଯାଏଁ ଚାଲିବ। ଲୋକସଭା କାର୍ୟ୍ୟକାଳ ସନ୍ଧ୍ୟା ୪ଟା ରୁ ରାତି ୮ଟା ଯାଏଁ ଚାଲିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0