spot_img

ପିପିଇ କିଟ ପିନ୍ଧି ଲୁଟିଲେ ଏତିକି ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ: ପିପିଇ କିଟ ପିନ୍ଧି ଜଣେ ଇଲେକ୍ଟି୍ରସିଆନ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେବର ଘଟଣା ସାମ୍ନାକୁ ଆସିଛି । ତେବେ ଅଳଙ୍କାର ଦୋକାନର ଆଗପଛରେ ୫ଜଣ ସୁରକ୍ଷାକର୍ମୀକୁ ଦେଖି ଅଭିଯୁକ୍ତ ଚାଲାକିରେ ଦୋକାନ ନିକଟରେ ଥିବା ବିଲ୍ଡିଂରେ ଚଢି ଛାତବାଟେ ଭିତରେ ପ୍ରବେଶ କରିଥିଲେ । ଦୋକାନରୁ ପ୍ରାୟ ୨୫ କିଲୋଗ୍ରାମର ଅଳଙ୍କାର ଲୁଟିନେଇଥିଲା ଅଭିଯୁକ୍ତ । ତେବେ ସିସିଟିଭି କ୍ୟାମେରାରୁ ଦୋକାନ ଭିତରେ ପିପିଇ କିଟ ପିନ୍ଧିଥିବା ଜଣେ କେହି ଥିବାର ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ଦିଲ୍ଲୀ ପୁଲିସ ଘଟଣାର ୧୪ ଘଣ୍ଟା ନ ପୁରୁଣୁ ଅଭିଯୁକ୍ତ ମହମ୍ମଦ ଶେଖ ନୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular