ନୂଆଦିଲ୍ଲୀ: କରୋନା ସାରା ଦେଶରେ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ କରୋନା ଭାକ୍ସିନ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଥିଲା । କିନ୍ତୁ ବର୍ତ୍ତମାନ କରୋନା ଟିକାକୁ ନେଇ ନାନା ପ୍ରଶ୍ନ ଉପୁଜୁଛି । ସାଧାରଣ ଲୋକ କରୋନା ଟିକା ନେବାକୁ ରାଜି ହେଉନଥିବାର ଦେଖିବା ପାଇଁ ମିଳିଛି । ଏପରିସ୍ଥଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି, କରୋନା ଟିକାକୁ ନେଇ ଯେଉଁ ସବୁ ଭୁଲ ତଥ୍ୟ ପ୍ରଦାନ କରାଯାଉଛି ତାହାକୁ ଆଦୌ ଶୁଣନ୍ତୁନି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଏହି ଟିକାକରଣ ଅଭିଯାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦର୍ପଣ ଭଳି କାମ କରୁଛି । ଅନ୍ୟପଟେ କୋଭିଡ-୧୯ ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୋଷ୍ଟର ତିଆରି କରାଯାଇଥିବା ବେଳେ ଏହି ଅଭିଯାନରେ ଲୋକେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0