ଭୁବନେଶ୍ୱର: ମାଟ୍ରିକ ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ । ଏକ ୭୦୦ ପୃଷ୍ଠାର ବହି ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୦୦ ପୃଷ୍ଠାର ଏହି ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ । ରାଜ୍ୟର ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ। କରୋନା କଟକଣା ଯୋଗୁ ସ୍କୁଲ ବନ୍ଦ ଥିଲା । ୭୦ ପ୍ରତିଶତ ସିଲାବସକୁ ନେଇ ପ୍ରସ୍ତୁତ ଏହି ଟେଷ୍ଟ ପେପର ପିଲାଙ୍କୁ ଦିଆଯିବ । ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହା ପହଞ୍ଚା ଯିବାକୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରହିଛି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହୁଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ଚାଲୁ ରହିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0