ଧମତରି: ଛତିଶଗଡ଼ ଧମତରି ଜିଲ୍ଲା ଗୋଜି ଗାଁରେ କବାଡି ଖେଳୁ ଖେଳୁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଗଲା।ଗାଁରେ କବାଡି ପ୍ରତିଯୋଗିତା ଚାଲିଥିଲା। ଜାନୁଆରୀ ୨୦ ତାରିଖ ସନ୍ଧ୍ୟାରେ କୋକଡି ଗାଁ ନନ୍ଦୁ ସାହୁ ନିଜ ଟିମ ସହ ଖେଳିବାକୁ ଯାଇଥିଲେ। ମ୍ୟାଚ୍ ବେଳେ ନନ୍ଦୁଙ୍କ ପାଳି ଆସିଥିଲେ। ସେ ବିପକ୍ଷ ଦଳ ସହ ଖେଳିବାକୁ ଗଲାବେଳେ ବିପକ୍ଷ ଦଳ ନନ୍ଦୁଙ୍କୁ ଘେରିଗଲେ। ଏତିକିବେଳେ ନନ୍ଦୁ କବାଡି ସହ ଜୀବନ ଯୁଦ୍ଧ ବି ହାରିଯାଇଥିଲେ।ନ୍ଦୁ କବାଡି ଖେଳିବା ସମୟରେ ନିଶ୍ୱାସ ଧରି ରଖିଥିଲେ ଯାହା ସବୁଦିନ ପାଇଁ ବନ୍ଦ ହୋଇଗଲା। ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଗଲା। ପ୍ରତ୍ୟକ୍ଷଦର୍ଶୀ ଘଟଣା ଦେଖି ଅବାକ ହୋଇ ରହିଗଲେ।ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାପରେ ଭିଡିଓ ଆଧାରରେ ପୋଲିସ ପଚରାଉଚୁରା କରୁଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0