ସ୍ୱର୍ଗତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ଜନ୍ମଦିନ । ୧୯୮୬ ମସିହା ଆଜିରଦିନରେ ବିହାରର ପାଟନାଠାରେ ଜନ୍ମ ହୋଇଥିଲେ ସୁଶାନ୍ତ । ଛୋଟବେଳୁ ମହାକାଶଚାରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସୁଶାନ୍ତ । କିନ୍ତୁ ପରେ ପାଲୋଟିଗଲେ ବଲିଉଡ଼ର ହିରୋ । ସୁଶାନ୍ତ ପ୍ରଥମେ ଟିଭିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ‘କିସ ଦେଶ ମେଁ ହେ ମେରା ଦିଲ ‘ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ପ୍ରଯୋଜକ ଏକତା କପୁରଙ୍କ ସିରିଏଲ ପବିତ୍ର ରିସ୍ତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଯେଉଁଥିପାଇଁ ସେ ଘରେ ଘରେ ମାନବ ନାଁରେ ପରିଚିତ ହୋଇଥିଲେ । ଫିଲ୍ମ ‘କାଇପୋଚେ’ ଜରିଆରେ ସେ ବଲିଉଡ଼ରେ ପାଦଥାପିଥିଲା । ଏହିପରି ଅନେକ ଫିଲ୍ମରେ ସେ ନିଜର ଚତ୍ମକାର ଅଭିନୟ କରି ଆଜିବି ଦର୍ଶକଙ୍କ ମନରେ ରାଜ କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0