ଆମେରିକାର ଐତିହାସିକ ଶପଥ ଗ୍ରହଣ ସମାରୋହରେ ଭାରତୀୟ ବଂଶଦ୍ଭବ କମଲା ହାରିସ୍ ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ କାର୍ୟ୍ୟଭାର ଗ୍ରହଣ କରିଛନ୍ତି କମଲା ହାରିସ୍। କମଲାଙ୍କ ଶପଥ ଗ୍ରହଣ ସମାରୋହରେ ଶାଢୀ ପିନ୍ଧିବା ନେଇ ଅନେକ କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ କମଲା ହାରିସ୍ ଉପ-ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଏକ ଶାଢୀ କିମ୍ବା ସୁଟ୍ ବାଛିଲେ ନାହିଁ। ସେ ଆନୁଷ୍ଠାନିକ ପୋଷାକକୁ ପସନ୍ଦ କରିଥିଲେ। ଯାହାକି ଆଲୋଚନାର ବିଷୟ ।

କମଲା ଅତି ସରଳ ପୋଷାକ ବାଛିଥିଲେ ଯାହା ପୋଷ୍ଟର ସହିତ ମେଳ ଖାଉଥିଲା । କମଲା ଏହି ବିଶେଷ ଦିନ ପାଇଁ ବାଇଗଣୀ ରଙ୍ଗର ପୋଷାକ ସହିତ ମେଚିଂ ଟ୍ରେଞ୍ଚ କୋଟ୍ ପିନ୍ଧିଥିଲେ ।
କମଲା ହାରିସଙ୍କ ସହ ସ୍ୱାମୀ ଡଗ୍ ଆମହଫ୍ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ପ୍ରସିଦ୍ଧ ଡିଜାଇନର୍ ରୋଲଫ୍ ଲରେନ ଦ୍ୱାରା ଡିଜାଇନ୍ ହୋଇଥିବା ସୁଟ୍ ପିନ୍ଧିଥିଲେ। ଉପରାଷ୍ଟ୍ରପତି କମଲା ହାରିସଙ୍କ ପୋଷାକକୁ ଦୁଇଟି କଳା ଡିଜାଇନର୍ ଜନ୍ ରୋଜର୍ସ ଏବଂ ସର୍ଜିଓ ହଡସନ ଡିଜାଇନ୍ କରିଛନ୍ତି। ରୋଜର୍ସ ନ୍ୟୁୟର୍କ ସିଟିର ହୋଇଥିବାବେଳେ ହଡସନ ଦକ୍ଷିଣ କାରୋଲିନାର ବାସିନ୍ଦା ।

କମଲା ହାରିସଙ୍କ ପୂର୍ବରୁ ମିସେଲ ଓବାମା, ଲିଜୋ, ରିହାନା ଏବଂ କାର୍ଡି ବି ପରି ସେଲିବ୍ରିଟିଙ୍କ ପାଇଁ ହଡସନ ଏହି ପୋଷାକ ଡ଼ିଜାଇନ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ କମଲା ହାରିସ୍ ଭାରତୀୟ ଶାଢୀରେ ଶପଥ ଗ୍ରହଣ କରିବେ ବୋଲି ଅନୁମାନ କରାଯାଉଥିଲା। ତେବେ ସେ ଏହି ବିଶେଷ ଉତ୍ସବ ପାଇଁ ଆନୁଷ୍ଠାନିକ ପୋଷାକ ବାଛିଥିଲେ।

ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଥିବା ୪୬ ତମ ଉପରାଷ୍ଟ୍ରପତି କମଲା ହାରିସ୍ । ସେ ହେଉଛନ୍ତି ପ୍ରଥମ କଳା ଏବଂ ଦକ୍ଷିଣ ଏସୀୟ ବଂଶଧର ମହିଳା ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0