ଖୋର୍ଦ୍ଧା : ମହାମାରୀ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ପୁଲିସ୍ ବାହିନୀ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛି । ତେବେ ଲୋକଙ୍କୁ ରକ୍ଷା କରିବାକୁ ଦିନରାତି ସଂଘର୍ଷ କରୁଥିବା ପୁଲିସ୍ କର୍ମୀ ଧୀରେ ଧୀରେ ଏହି ମହାମାରୀରେ କବଳିତ ହେବାରେ ଲାଗିଛନ୍ତି । କେବଳ ପୁଲିସ୍ କର୍ମୀ ନୁହନ୍ତି ସେମାନଙ୍କ ଲୋକ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏବେ କରୋନା ମହାମାରୀ ଆଇଆର୍ବି କ୍ୟାମ୍ପରେ ପ୍ରବେଶ କରିଛି । ଖୋର୍ଦ୍ଧା ଉପଖଣ୍ଡ ନାଲିପଡ଼ା ଅର୍ଜୁନପୁର ପଞ୍ଚାୟତସ୍ଥିତ ୬ଷ୍ଠ ଆଇଆର୍ବି ବାଟାଲିୟନରେ ଜଣେ ରିର୍ଜଭ ପୁଲିସ କନେଷ୍ଟବଳଙ୍କ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଦାସ କ୍ୟାମ୍ପ ପାର୍ଶରେ ଥିବା ନାଲିପଡ଼ାଅର୍ଜୁନପୁର ଗ୍ରାମ ଏବଂ ଗୋପପୁରିଆ ପାଟପୁର ଗ୍ରାମକୁ ୨୮ ତାରିଖ ସନ୍ଧ୍ୟା ଯାଏ ସଟ୍ଡାଉନ୍ ଘୋଷଣା କରିଛନ୍ତି ।
ବାଟାଲିୟନ୍ କମାଣ୍ଡାଣ୍ଟ ନାରାୟଣ ଦୋରାଙ୍କ ସୂଚନା ଅନୁସାରେ ଏହି କ୍ୟାମ୍ପରୁ ପ୍ରାୟ ୨ଶହ ଯବାନଙ୍କ ସମେତ ୫ ଜଣ ଅଫିସର ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ନିୟୋଜିତ ହୋଇଥିଲେ । ପୁରୀରେ ସମସ୍ତଙ୍କର କୋଭିଡ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ଆଜି ଆକ୍ରାନ୍ତ ହୋଇଥିବା କନେଷ୍ଟବଳ ଉକ୍ତ ସମୟରେ ଛୁଟିରେ ଘରକୁ ଯାଇଥିବାବେଳେ ଗତ କିଛି ଦିନ ହେବ କ୍ୟାମ୍ପକୁ ଫେରିଥିଲେ । ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସହ ଅନ୍ୟ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ରହୁଥିବା କ୍ୟାମ୍ପର ୧୨ ଜଣ କର୍ମଚାରୀଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0