ଗଞ୍ଜାମ: ମହାମାରୀ କରୋନା କବଳରେ ଗଞ୍ଜାମ ଜିଲ୍ଲା । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୮୧୯୪ ଜଣ ସଂକ୍ରମିତ ଥିବା ବେଳେ ଆଜି ପୁଣି ୪୮୪ ଜଣ ଚିହ୍ନଟ ହୋଇଛନ୍ତି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିନ ରାତି ଲାଗିପଡିଛନ୍ତି କରୋନା ଯେଦ୍ଧା । ମାତ୍ର ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନିୟୋଜିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରୁ ୧୦୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୭୨ ଜଣ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି । ୫୦୮ ଜଣ ସୁସ୍ଥ ହୋଇଥିବା ବେଳ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୫ଜଣ ଶିକ୍ଷକ, ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ କନେଷ୍ଟବଳ ଓ ବ୍ରହ୍ମପୁର ମହାନଗର ନିଗମର ଜଣେ କର୍ମଚାରୀ ଅଛନ୍ତି । ସେଠାରେ କରୋନା ଯୋଦ୍ଧା ଭାବରେ ଏବେ ଅଙ୍ଗନୱାଡି କର୍ମି, ଷ୍ଟାଫ ନର୍ସ, ଡାକ୍ତର, ଏନଏନଏ ଓ ଆଶାକର୍ମୀ, ଜିଆରଏସ୍, ହାବଲଦାର ,ଏଏସଆ, ହୋମଗାର୍ଡ, କନେଷ୍ଟବଳ ଆଦି କାମ କରୁଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0