ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଗ୍ରୋସରୀ କମ୍ପାନୀ ବିଗ ବାସ୍କେଟ ଟାଟା ଗ୍ରୁପର ସବୁଠୁ ବଡ ଭାଗିଦାରୀ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ ବିଗ୍ ବାସ୍କେଟ୍ରେ ୧.୨ ବିଲିୟନ ଡଲାରର ନିବେଶ କରିବ। ଏହା ବ୍ୟତୀତ ଅନଲାଇନ୍ ଫାର୍ମାସୀ କମ୍ପାନୀ ୧ଏମଜିରେ ମଧ୍ୟ ଟାଟା ଗ୍ରୁପ ନିଜର ଭାଗିଦାରୀ ବୃଦ୍ଧି କରିବ। ଅନ୍ୟପଟେ ରିଲାଏନ୍ସ ଆଗାମୀ ଛଅ ମାସରେ ଇ କର୍ମସ ଆପ୍ ଜିଓ ମାର୍ଟକୁ ହ୍ଵାଟ୍ସଆପ୍ ସହ ଯୋଡିବାକୁ ଯୋଜନା କରିଛି। ମିଣ୍ଟ ରିପୋର୍ଟ ଅନୁଯାୟୀ ଏଥିରେ ୪୦ କୋଟି ହ୍ଵାଟ୍ସ ଆପ୍ ୟୁଜର୍ସ ହ୍ଵାଟ୍ସଆପ୍ରେ ମଧ୍ୟ ସାମାନ କିଣି ପାରିବେ। ଏହି ଦୁଇଟି ଖବରରୁ ସ୍ପଷ୍ଟ ଯେ ଲୁଣଠୁ ନେଇ ସୋଫ୍ଟଓୟାର ପର୍ୟ୍ୟନ୍ତ ନିର୍ମାଣ କରୁଥିବା ୧୫୦ ବର୍ଷର ପୁରୁଣା ଟାଟା ଗ୍ରୁପ ଓ ତୈଳରୁ ଟେଲିକମ୍ ସେକ୍ଟର ପର୍ୟ୍ୟନ୍ତ ବ୍ୟାପ୍ତ ୫୦ ବର୍ଷ ପୁରୁଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଇ-କମର୍ସ ବ୍ୟବସାୟରେ ପାଦ ଦେବାକୁ ପ୍ରସ୍ତୁତ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0