spot_img

‘ତାଣ୍ଡବ’ ନିର୍ଦ୍ଦେଶକ ଅଲି ଅବାସଙ୍କ ଘରେ ୟୁପି ପୁଲିସ

ମୁମ୍ବାଇ: ତାଣ୍ଡବ ବିବାଦ । ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ୍ ‘ତାଣ୍ଡବ’ କୁ ନେଇ ଦେଖା ଦେଇଛି ବିବାଦ । ଚାରି ଆଡୁ ସମାଲୋଚନାର ସମ୍ମୁଖୀନ ହେବା ପରେ ନିର୍ଦ୍ଦେଶକ ଅଲି ଅବାସ ଜାଫର ନିଃସର୍ତ୍ତ କ୍ଷମା ପ୍ରାଥନା କରିଥିଲେ । ଏହା ସତ୍ତ୍ୱେ ଗୁରୁବାର ୟୁପି ପୁଲିସ ପହଞ୍ଚିଛି ଜାଫରଙ୍କ ମୁମ୍ବାଇସ୍ଥିତ ବାସଭବନରେ । ଆଉ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାର ତଦନ୍ତ କରୁଥିବା ଅଫିସରଙ୍କ ନିକଟରେ ହାଜର ହେବାକୁ ନୋଟିସ୍ ଦେଇଛି । ଆସନ୍ତା ୨୭ ତାରିଖରେ ଲକ୍ଷ୍ୱେଠାରେ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛି ୟୁପି ପୁଲିସ । ଜାଫରଙ୍କ ଘରେ ପୁଲିସ ପହଞ୍ଚିବା ବେଳେ ତାଙ୍କ ଘରେ ତାଲା ପଡିଥିଲା । ତେଣୁ ସେ ନୋଟିସକୁ କାନ୍ଥରେ ଲଗାଇ ଦେଇଥିବା କହିଛନ୍ତି ୟୁପି ପୁଲିସ ଅଧିକାରୀ ଅନୀଲ କୁମାର ସିଂ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular