ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗ୍ଗା ଜିଲ୍ଲାର ହୁନାସୋଣ୍ଡି ନିକଟସ୍ଥ ଅବ୍ବଲାଗେରେ ଗାଁରେ ଗତକାଲି ରାତିରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକ ମଧ୍ୟରେ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏବେବି ଘଟଣାସ୍ଥଳକୁ ସଫା କରାଯାଇନାହିଁ। ଘଟଣାସ୍ଥଳରେ ଏବେବି କିଛି ଜୀବନ୍ତ ଡାଇନାମାଇଟ ଷ୍ଟିକ ପଡ଼ି ରହିଥିବା ପୁଲିସ ଆଶଙ୍କା କରୁଛି। ତେଣୁ ଘଟଣାସ୍ଥଳକୁ ପୁଲିସ ସିଲ କରି ରଖିବା ସହିତ ବୋମା ନିଷ୍କ୍ରୀୟକାରୀ ଦଳକୁ ଡକାଇଛି। ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଏହି ପଥର କ୍ୱାରୀକୁ ଏକ ଟ୍ରକରେ ଡାଇନାମାଇଟ ଆସିଥିଲା। ଡାଇନାମାଇଟ ଗୁଡ଼ିକୁ ଟ୍ରକରୁ ବାହାର କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରକଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିଲା। ଅନେକ ଲୋକ ଘର କ୍ଷୟକ୍ଷତି ହେବାର ଫଟୋ ଟ୍ୱିଟ ମଧ୍ୟ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ କରି ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଶିବମୋଗ୍ଗା ହେଉଛି ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କ ଜିଲ୍ଲା। ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୱିଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0