ସାହାରପଡା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ୨୦ଟି ପଞ୍ଚାୟତର କୃଷକ ସଭ୍ୟ ସଭ୍ୟାମାନଙ୍କ ପାଇଁ ସମବାୟ ବିଭାଗ ତରଫରୁ ଏକ ଲ୍ୟାମ୍ପସ ସ୍ଥାପନ କରାଯାଇଅଛି ଏବଂ ଉକ୍ତ ଲ୍ୟାମ୍ପସ ଅଧିନରେ ମାଛଗଡ଼, ଟଭାସରୁଆ , ଉଦୟପୁର ଏବଂ ସାହାରପଡାଠାରେ ସମୁଦାୟ ୪ଟି ଶାଖା କାର୍ୟ୍ୟ କରୁଅଛି l ବ୍ଲକର ପାଖାପାଖି ୧୨୦୦୦ କୃଷକ ସଭ୍ୟ ସଭ୍ୟାମାନେ ଏହି ଲ୍ୟାମ୍ପସ ଉପରେ ନିର୍ଭରଶୀଳ ମାତ୍ର ପରିତାପର ବିଷୟ ଏହି କି ଯେ ପ୍ରଶାସକଙ୍କ ନିଷ୍କ୍ରିୟତା ପାଇଁ ଆଜିର ଦିନରେ ଏହି ଲ୍ୟାମ୍ପସ ବୁଡିଯିବା ଅବସ୍ଥାକୁ ଚାଲି ଆସିଛି l ମାଛଗଡ଼ ଶାଖାର ଶାଖା ପରିଚାଳକ ମଧୁସୂଦନ ମହାନ୍ତ ବର୍ତ୍ତମାନ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ ଦାୟିତ୍ୱରେ ଅଛନ୍ତି ଏବଂ ଉଦୟପୁର ଶାଖାର ପିଅନ ବଳରାମ ମହାପାତ୍ର ଏବଂ ସାହାରପଡା ଲ୍ୟାମ୍ପସ ରାତ୍ର ଜଗୁଆଳି ଲୋଦର ମୁଣ୍ଡା ଏହି ୩ ଜଣ କର୍ମଚାରୀଙ୍କ ଭରସାରେ ଲ୍ୟାମ୍ପସ ରହିଥିବା ବେଳେ ସମୁଦାୟ ଲ୍ୟାମ୍ପସ ଏବଂ ତାର ୪ଟି ଶାଖା ସମ୍ପୂର୍ଣ ଅଚଳ ଅବସ୍ଥାକୁ ଚାଲି ଆସିଥିବା ସ୍ୱତେ ଲ୍ୟାମ୍ପସ ପ୍ରଶାସକ ଅଜୟ କୁମାର ପାଣି ଏବଂ ସୁପରଭାଇଜିଙ୍ଗ ଅଫିସର ଦିଲ୍ଲୀପ ପାତ୍ରଙ୍କ ନିଷ୍କ୍ରିୟତା ସମସ୍ତ ସଭ୍ୟ ସଭ୍ୟାଙ୍କୁ ଆଶ୍ୱର୍ୟ୍ୟାନୀତ କରୁଛି l ସାହାରପଡା ଲ୍ୟାମ୍ପସର ଡିପୋଜିଟ କାଉଂଟର ସମ୍ପୂର୍ଣ ବନ୍ଦ ହୋଇ ଯାଇଛି l ସଭ୍ୟ ସଭ୍ୟା ମାନେ ତାଙ୍କ ଡିପୋଜିଟ ଟଙ୍କାକୁ ସେମାନଙ୍କ ଦରକାର ସମୟରେ ଉଠାଣ କରି ନ ପାରି ହତାଶ ହୋଇ ଫେରି ଯାଉଛନ୍ତି l କେନ୍ଦୁଝରର ବଡ଼ପର୍ବ ମକର ସମୟରେ ଲକ୍ଷ୍ମୀପଶି ଗ୍ରାମର ମଦନ ମୋହନ ମହାନ୍ତ ତାଙ୍କ ଡିପୋଜିଟ ଟଙ୍କା ଉଠାଇବା ପାଇଁ ଆସିଥିଲେ କିନ୍ତୁ ଏମଡ଼ି ମଧୁସୂଦନ ମହାନ୍ତ ଟଙ୍କା ତାଙ୍କୁ କର୍ମଚାରୀ ନାହାଁନ୍ତି କହି ଫେରାଇ ଦେଇଥିବାର ପ୍ରକାଶ କରିଛନ୍ତି l ଲ୍ୟାମ୍ପସରେ ଟଙ୍କା ନେଣଦେଣ ସହିତ ଋଣ ନେଣଦେଣ କାର୍ୟ୍ୟ ମଧ୍ୟ ସମ୍ପୂର୍ଣ ବନ୍ଦ ହୋଇପଡିଛି। କମ୍ପୁଟରୀକରଣ, ନୂଆ ଜମାଖାତା ଖୋଲିବା ଆଦି କାର୍ୟ୍ୟ କର୍ମଚାରୀ ଅଭାବରୁ ବନ୍ଦ ହୋଇଯାଇଥିଲେ ମଧ୍ୟ୍ୟ ପ୍ରଶାସକ ଅଜୟ କୁମାର ପାଣି ମାସ ମାସ ଧରି ଲ୍ୟାମ୍ପସକୁ ନଆସି କେନ୍ଦୁଝରରେ ନିଶ୍ଚିନ୍ତାରେ ବସିଥିବା ବେଳେ ସୁପରଭାଇଜିଙ୍ଗ ଅଫିସର ଦିଲ୍ଲୀପ କୁମାର ପାତ୍ର ଧାନ କିଣା ପାଇଁ ମଝିରେ ମଝିରେ ଘଣ୍ଟାଏ ଦୁଇ ଘଣ୍ଟା ପାଇଁ ଲ୍ୟାମ୍ପସକୁ ଆସି କିଛି କାମ ନକରି କେନ୍ଦୁଝର ଫେରି ଯାଉଥିବାର ସଭ୍ୟସଭ୍ୟା ମାନେ ଅଭିଯୋଗ କରିବା ସହିତ ଏଠାକାର ଅସୁବିଧାକୁ ଏଆରସିଏସ ଏବଂ ଡ଼ିଆରସିଏସଙ୍କ ଦୃଷ୍ଟିକୁ ଆଣୁ ନଥିବାର ଅଭିଯୋଗ କରିଛନ୍ତି l ସରକାରୀ ସୁବିଧା ସବୁ ପାଇଲା ପରେ ମଧ୍ୟ ପ୍ରଶାସକ ଶ୍ରୀ ପାଣି ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି l ପ୍ରକାଶ ଥାଉ କି ବିଗତ ଦିନରେ ପ୍ରଶାସକଙ୍କ ଦାୟିତ୍ୱ ହୀନତା ପାଇଁ ୬୮ ଜଣ କୃଷକ ଧାନ ବିକ୍ରୟ ଟଙ୍କା ପାଇ ନଥିବା ବେଳେ ୨ ଜଣ ତଳିଆ କର୍ମଚାରୀ ଜେଲରେ ଥିବା ଏବଂ ଜଣେ କର୍ମଚାରୀ ସସପେଣ୍ଡ ହୋଇଥିବାର ଜଣାଯାଇଛି l ଲ୍ୟାମ୍ପସ ପରିଚାଳନା ନିର୍ଦେଶିକା ଦେଢ ବର୍ଷ ହେଲାଣି ସସପେଣ୍ଡ ହୋଇ ରହିଥିବା ବେଳେ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକଙ୍କ ମନମୁଖୀ କାର୍ୟ୍ୟ ଦିନ କୁ ଦିନ ବଢି ଚାଲିଛି। ଲ୍ୟାମ୍ପସରେ କର୍ମଚାରୀ ଆବଶ୍ୟକ ଥିଲେ ମଧ୍ୟ କିପରି ଉପର ଅଧିକାରୀ ଅଣଦେଖା କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିବା ସହିତ ପ୍ରଶାସକ ସାହାରପଡା ଲ୍ୟାମ୍ପସକୁ ଆସି ଏହାର ପରିସ୍ଥିତି କୁ ନିରୀକ୍ଷଣ କରି ଖୁବ ଶୀଘ୍ର କର୍ମଚାରୀ ସମ୍ପୂର୍ଣ କରିବାକୁ ଦାବି ହେଉଛି l ଏ ବାବଦରେ ଶ୍ରୀ ପାଣିଙ୍କୁ ପଚାରିବାରୁ ଏମଡି ସବୁ ବୁଝୁଛନ୍ତି ଏବଂ କର୍ମଚାରୀ ଅଭାବ ବିଷୟରେ ଉପସ୍ଥିତ ଅଧିକାରୀଙ୍କୁ ଜଣାଇ ଦେଇଛି କହିଥିଲେ । ଏଆରସିଏସ ଏବଂ ସୁପରଭାଇଜିଙ୍ଗ ଅଫିସର ଫୋନ ଉଠାଇନଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0