ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହିଦିନକୁ ପଶ୍ଚିମବଙ୍ଗରେ ଦେଶ ନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି । ଶନିବାର ଦିନ ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ହେବ । ଏହି ଦିନ ମମତା ବାନାର୍ଜୀ ଏକ ଶୋଭାଯାତ୍ରାରେ ବାହାରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପୂର୍ବରୁ ମମତା ଏହି ଉଦବୋଧନ ଦେବେ । ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସ ଓ ବିଜେପି । ବିଜେପି, ମମତାଙ୍କୁ ହରାଇ ରାଜ୍ୟରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0